ପୁଷ୍ପପୁରରେ ବର୍ଷାବରଣ
Pushpapurare Barshabaran
Multiple Choice Question and Answer
1. କାହାକୁ କେନ୍ଦ୍ରକରି ଉତ୍କଳର ଇତିହାସ ଗଢି ଉଠିଛି ?
2. ଜଗନ୍ନାଥ ଶାନ୍ତି ମୈତ୍ରୀସବୁ ବାଣ୍ଟିଦେଇ କାହାପରି କାଙ୍ଗାଳ ହୋଇ ବସିରହିଛନ୍ତି ?
3. କେଉଁମାନଙ୍କୁ ଦକ୍ଷିଣାପଥ ପ୍ରହରୀ ବୋଲି କୁହାଯାଇଛି ?
4. ଉତ୍କଳର ମହାନିଶାରେ କିଏ ଧୃବଜ୍ୟୋତି ଥିଲେ ?
5. କେଉଁ ରାଜାଙ୍କ ମହକୀର୍ତ୍ତି ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି ?
6. କାହାର କୋଳାହଳ ପାଇଁ ନୀଳାଚଳନାଥଙ୍କ କାନରେ ଭକ୍ତର କାତର ଡାକ ପଡେନାହିଁ ?
7. ନିର୍ଝରିଣୀ କେଉଁଠାରେ କ୍ରୀଡାରତ ବତ୍ସତରୀ ପରି ନାଚି ଉଠେ ?
8. ଉତ୍କଳର ଉତ୍ତମାଙ୍ଗ ବୋଲି ପ୍ରାବନ୍ଧିକ କାହାକୁ କହିଛନ୍ତି ?
9. ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମୁଖ୍ଯତଃ କେଉଁ ବିଷୟକୁ ଭିତ୍ତିକରି ପ୍ରବନ୍ଧ ରଚନା କରିଛନ୍ତି ?
10. ପ୍ରାବନ୍ଧିକଙ୍କ ଆତ୍ମଜୀବନୀର ନାମ କ'ଣ ?
11. କେଉଁ ପୁସ୍ତକ ପାଇଁ ପ୍ରାବନ୍ଧିକ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ?
12. ଆଲୋଚ୍ୟ ପ୍ରବନ୍ଧ 'ପୁଷ୍ପପୁରରେ ବର୍ଷାବରଣ' ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
13. ଉତ୍କଳର କେଉଁ ସହର ଦିନେ ଗର୍ବିତ ଗଜପତିର ରାଜଧାନୀ ଥିଲା ?
14. କେଉଁଠାରେ ଉତ୍କଳର ବହୁ କବି, ଜ୍ଞାନୀ, ଗୁଣୀ ଜ୍ଞାନଦୀପ ପ୍ରଜ୍ଵଳିତ କରିଥିଲେ ?
15. କିଏ ଉତ୍କଳମହୀର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି କୁହାଯାଇଛି ?
16. କେଉଁ ପୀଠସ୍ଥଳୀକୁ ଲେଖକ 'ଭୁବନମୋହନ' ବୋଲି ଆଖ୍ୟା ଦେଇଛନ୍ତି ?
17. ଉନ୍ନତ ଉତ୍କଳର ସ୍ଵପ୍ନ ଦେଖିଥିବା ଶ୍ମଶ୍ରୁଳ, ଅଶ୍ରୁଳ, ଖର୍ବ ଓ କ୍ଷମ ମନୁଷ୍ୟଟି କିଏ ?
18. କିଏ ଦଧୀଚି ପରି ଅସ୍ଥି ଦେଇ ଅକାଳରେ ଝାଉଁଳି ପଡିଲା ?
19. ଉତ୍କଳବାସୀ କେଉଁ ନଦୀ ତୀରରେ ବସି ମଧ୍ୟ ପିପାସୀ ?
20. ପ୍ରାବନ୍ଧିକ କେଉଁ ପରମ୍ପରାକୁ ଅନୁସରଣ କରି ବର୍ଷାକୁ ଜନ୍ମଭୂମିର ଗୌରବଗାନ ପାଇଁ ବ୍ୟବହାର କରିଛନ୍ତି ?
21. ବାରିବହର ଭୂମିରୁପ ଦେଖି କେଉଁମାନେ ବାତାୟନ ପଥ ଛାଡ଼ି ପଳାଇଯିବେ ବୋଲି କୁହାଯାଇଛି ?
22. କେଉଁ ସ୍ଥାନରୁ ଗଜପତିଙ୍କ ଅଜେୟ ସୈନ୍ୟବାହିନୀ ଝଟିକାବେଗରେ ଦୁର୍ଗରୁ ଦୁର୍ଗକୁ ଜୟକରି ଚାଲିଥିଲେ ?
23. "ତନ୍ଵୀ ମହାନଦୀ ଏଠାରେ ଉପଳ ଶଯ୍ୟାରେ ଯାଉଁ ଯାଉଁ ତୀର ଦେଶରେ ସ୍ଵର୍ଣ୍ଣରେଣୁ ଢାଳିଦିଏ"- ଏହା କେଉଁ ସ୍ଥାନ ବିଷୟରେ କୁହାଯାଇଛି ?
24. ଉତ୍କଳ କମଳର କେଶର ବୋଲି କେଉଁ ସ୍ଥାନକୁ କୁହାଯାଇଛି ?
25. ଅତୀତର ମ୍ଳାନ ଶ୍ମଶାନ ରୂପେ ଲେଖକ କାହାକୁ ଅଭିହିତ କରିଛନ୍ତି ?
26. କାହାର ସ୍ପର୍ଶରେ ପୁଷ୍ପପୁର ଅଚିରେ ସଜୀବ ଓ ଶ୍ୟାମଳ ହୋଇ ଉଠିବ ?
27. କିଏ ଉପଳ ଶଯ୍ୟାରେ ଯାଉଁ ଯାଉଁ ତୀର ଦେଶରେ ସ୍ଵର୍ଣ୍ଣରେଣୁ ଢାଳିଦିଏ ?
28. ବିରହୀ ଯକ୍ଷ କାହା ହାତରେ ଅଳକାପୁରୀର ପ୍ରିୟା ପାଖକୁ ଉଡନ୍ତ ପଠାଇଥିଲା ?
29. କିଏ ଶାନ୍ତି ଓ ମୈତ୍ରୀ ସବୁ ବାଣ୍ଟିଦେଇ ନିଜେ କଙ୍ଗାଳ ହୋଇ ବସିଥାନ୍ତି ?
30. କିଏ ସ୍ଵର୍ଗଚ୍ୟୁତ ପାରିଜାତ ପରି ମ୍ଳାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡି ରହିଛି ?
31. ସଭ୍ୟ ସମାଜ କ'ଣ ଶିଖିବା ପାଇଁ ବନବାସୀଙ୍କ ପାଖକୁ ଆସିବ ?
32. ପୁଷ୍ପପୁରର ପ୍ରାସାଦ ବାତାୟନ ପଥରେ ବାରିବାହ ଆଗମନରେ କ'ଣ ବାଜି ଉଠିଛି ?
33. କାହାକୁ ସ୍ମୃତି ଶ୍ମଶାନ ବୋଲି କୁହାଯାଇଛି ?
34. କେଉଁ ଅଞ୍ଚଳକୁ ସୂକ୍ଷ୍ମଶାଳୀର ଗନ୍ତାଘର ବୋଲି କୁହାଯାଇଛି ?
35. ବନବାସୀମାନେ କାହାଛଡା ଅନ୍ୟର ଅନୁଗ୍ରହ ଲୋଡନ୍ତି ନାହିଁ ?
36. ଅଳକାପୁରୀର ପ୍ରିୟା ପାଖକୁ କିଏ ଉଦନ୍ତ ପଠାଇଥିଲା ?
37. ଭାରତର ସାରଭୂତା ବୋଲି କାହାକୁ କୁହାଯାଇଛି ?
38. ନିଜ ତରୁଣ ତନୁକୁ ଦେଖି କିଏ ନବତରୁଣୀ ପରିଲଜ୍ଜାରୁଣ ହୋଇପଡ଼ିବ ?
39. ଜଳର ଅଭାବରେ କେଉଁଠାରେ ହାହାକାର ପଡ଼ିଛି ?
40. କାହାକୁ ଦୂରବନ୍ଧୁବୋଲି ପ୍ରାବନ୍ଧିକ ସମ୍ବୋଧନ କରିଛନ୍ତି ?
41. ପ୍ରାବନ୍ଧିକ ଏହି ପ୍ରବନ୍ଧମ୍ରଚନ କରିଥିବାବେଳେ କେଉଁଠାରେ ଅବସ୍ଥାନ କରୁଥିଲେ ?
42. ଆଧୁନିକ ପାଟନା ସହର ପ୍ରାଚୀନ କାଳରେ କେଉଁ ଭାବରେ ପରିଚିତ ଥିଲା ?
43. ପ୍ରାବନ୍ଧିକ ମେଘର କେଉଁ ପ୍ରତିଶବ୍ଦ ବ୍ୟବହାର କରିଛନ୍ତି ?
44. କେଉଁ ମହାକବି ବର୍ଷାକୁ ଦୂତ କରି ପ୍ରଣୟିନୀ ନିକଟକୁ ପଠାଇଥିଲେ ?
45. ପ୍ରାବନ୍ଧିକ ବର୍ଷାକୁ କେଉଁ ଉଦ୍ଧେଶ୍ୟରେ ବ୍ୟବହାର କରିଛନ୍ତି ?
46. କବି ନିଜର ଜନ୍ମଭୂମିକୁ କେଉଁ ଭାବରେ ବର୍ଣ୍ଣନା କରିଛନ୍ତି ?
47. ଝାଉଁଳା ଶାଳିଧାନ୍ୟ କ୍ଷେତ୍ରକୁ ଦେଖି ବନବାସୀମାନେ କେଉଁଭଳି ଆତଙ୍କରେ ଥରି ଉଠୁଥିବେ ?
48. ଅବିରତ ବୃଷ୍ଟିପାତ ସହ୍ୟକରି ମଧ୍ୟ କେଉଁମାନେ ଶସ୍ୟକ୍ଷେତ୍ରରେ କର୍ମରତ ରୁହନ୍ତି ?
49. ଲେଖକ ବାରିଦକୁ କ୍ଳାନ୍ତି ଆସିଲେ କେଉଁଠାରେ ଅବସର ନେବାକୁ କହିଛନ୍ତି ?
50. ଉତ୍କଳବାସୀ କେଉଁ ସ୍ତୂପ ଉପରେ ବସି ମଧ୍ୟ ଉପବାସୀ ?
51. କେଉଁ ଅଞ୍ଚଳର ନରନାରୀଙ୍କୁ ଦୁଃଖଦୈନ୍ୟରେ ସୁଦ୍ଧା ବିଷାଦକାଳିମା ସ୍ପର୍ଶ କରେ ନାହିଁ ?
Tags:
mil-prose-mcq
Helpful
ReplyDelete